ପେଟ୍ରୋଲ-ଡିଜେଲ ପରେ ସୋରିଷ ତେଲ ଦାମ କମିଲା

ଇଣ୍ଡୋନେସିଆର ରପ୍ତାନୀ ଖୋଲିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ଏବେ ଆଉ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳୁଛି । ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆର ରପ୍ତାନୀ ଖୋଲିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି । ସୂଚନାଯୋଗ୍ୟ ଯେ, ବୈଦେଶିକ ବଜାରରେ ଖାଇବା ତେଲ ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆ ତରଫରୁ ରପ୍ତାନୀ ଖୋଲିବା ଦେଶର ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି । ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ କଚ୍ଚି ଘାନି ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ଯାଏଁ ଶସ୍ତା ହୋଇଛି । ଏହା ଖାଇବା ତେଲ ଦରରେ ବଡ ହ୍ରାସ ବୋଲି କୁହାଯାଉଛି ।