ଅନଲାଇନ ଠକେଇ କରି ଜଣେ ଗିରଫ

ଅଭିଯୁକ୍ତ ମୋବାଇଲ ଆପ୍ଲିକେସନ ଜରିଆରେ ଆଇଡି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲା…

ବାଲେଶ୍ୱର : ଅନଲାଇନ ଆପ ଜରିଆରେ ଠକେଇ କରି ଜଣେ ଗିରଫ ହୋଇଛନ୍ତି । ଡ଼ିଜିଟାଲ ରିଭୋଲେସନ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାର । ବାଲେଶ୍ୱର ସମେତ ଓଡ଼ିଶାରୁ ୫/୬ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଛି । ଗିରଫ ପରେ ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ ପ୍ରିନ୍ସ କୁମାରଙ୍କୁ ହାଜର କରାଯାଇଛି । ଅଭିଯୁକ୍ତ ମୋବାଇଲ ଆପ୍ଲିକେସନ ଜରିଆରେ ଆଇଡି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲା । ଜଣେ ବ୍ୟକ୍ତି ଗୋଟିଏ ଆଇଡି ଖୋଲି ୧୫ହଜାର ଟଙ୍କା ଜମା କଲେ ଜମାକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ମାସକୁ ୨୬୦୦ ଟଙ୍କା ଫେରିପାଇବା ଭଳି ଲୋଭ ଦେଖାଇଥିଲା । ଏପରି ଭାବେ ଲୋକଙ୍କୁ ଭୁଆଁ ବୁଲାଇ ବାଲେଶ୍ୱର ଓ କେତେକ ଅଞ୍ଚଳରୁ ୨କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି ।