୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୬୭୫ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୪୧ ରହିଛି…

ନୂଆଦିଲ୍ଲୀ: ଦେଶରେ ଆଜି ୨ହଜାର ତଳେ କରୋନା ଦୈନିକ ସଂକ୍ରମଣ ରହିଛି । ଗତ କିଛି ଦିନ ହେବ ୨ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୬୭୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗତ ୨୪ ଘଣ୍ଟାରେ ୧ହଜାର ୬୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୮୪୧ ରହିଛି । ସେହିପରି ଗତ ୨୪ ଘଣ୍ଟାରରେ କରୋନା ଯୋଗୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି ।