ଜାତୀୟ ରାଜପଥ ସିଧା ଯମପୁରକୁ

୨୦ ମାସରେ ଗଲେଣି ୨୧୭

ଲକ୍ଷେ୍ନø: ସଡ଼କ ଦୁର୍ଘଟଣାର ବଡ଼ କାରଣ ହେଉଛି ବୁଲା ଗୋରୁଗାଈ । ସାରାଦେଶର ରାଜପଥଠାରୁ ଆରମ୍ଭ କରି ଗାଁଗଣ୍ଡା ଗଳିକନ୍ଦି ବୁଲା ଗୋରୁଗାଈଙ୍କ ଦଖଲରେ ରହିଛି । ଗାଁଗଣ୍ଡାର ରାସ୍ତାକୁ ଗୋରୁଗାଈ ଦଖଲ କଲେ; ବିପଦର ଆଶଙ୍କା ନାହିଁ । ମାତ୍ର ଜାତୀୟ ରାଜପଥ କଥା ନିଆରା । ଆମେ ୟୁପିର ହମିରପୁର ଜିଲ୍ଲା ଦେଇ ଯାଇଥିବା ରାଜପଥଟି ଏବେ ଯମପୁରକୁ ପଡ଼ିଛି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ବିଗତ ୨୦ ମାସ ଭିତରେ କେବଳ ହମିରପୁର ଇଲାକାରେ ୩୦୮ଟି ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ୨୧୭ ଜଣ ପ୍ରାଣ ହରାଇଛନ୍ତି ଓ ୫୫୩ ଜଣ ଆହତ ହୋଇଛନ୍ତି ।
ହମିରପୁର ଜିଲ୍ଲା ଦେଇ ଯାଇଛି ୩୪ ନମ୍ବର ଜାତୀୟ ରାଜପଥ । ହମିରପୁର ଜିଲ୍ଲା ଅନ୍ତର୍ଗତ ରାଜପଥ ଉପରେ ଦିନରାତି ଦେଖିବାକୁ ମିଳନ୍ତି ମାଳମାଳ ଗୋରୁପଲ । ଗୋରୁଗାଈଙ୍କୁ ଗୁହାଳରେ ବାନ୍ଧିବା ବଦଳରେ ରାଜପଥ ଉପରକୁ ଛାଡ଼ି ଦେଉଛନ୍ତି ସ୍ଥାନୀୟ ବାସିନ୍ଦା । ଦିନରେ ଗୋରୁଗାଈ ପଲ ଭିତରେ ଗାଡ଼ି ଚଳାଇ ଆଗକୁ ଯିବା ଟିକେ ଜଟିଳ । ମାତ୍ର ରାତି କଥା କଳ୍ପନାର ବାହାରେ । ଜାତୀୟ ରାଜପଥ ଉପରେ ବିଶ୍ରାମ କରନ୍ତି ଗୋରୁଗାଈ । ଯେତେ ହର୍ଣ୍ଣ ମାରିଲେ ଚଙ୍କିବାର ନାହିଁ ।

କାନପୁରରୁ ମହୋବା ପର୍ଯ୍ୟନ୍ତ ଲମ୍ବିଥିବା ୩୪ ନମ୍ବର ଜାତୀୟ ରାଜପଥର ପ୍ରାୟ ୪୦ କିମି ରହିଛି ହମିରପୁର ଜିଲ୍ଲା ଭିତରେ । ୪୦ କିମି ରାଜପଥ ନିକଟରେ ରହିଛି ୩୦୩ ସରକାରୀ ଗୋଶାଳା । ରାତିରେ ଜାତୀୟ ରାଜପଥ ଉପରେ ଦୁଇଟି ଗାଡ଼ି ସାମ୍ନାସାମ୍ନି ହେବା ଫଳରେ ରାସ୍ତା ଉପରେ ବିଶ୍ରାମରତ ଗୋରୁ ଦେଖାଯାନ୍ତି ନାହିଁ । ବିଚରା ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାନ୍ତି ।