ମାସକ ଭିତରେ ୬୪୫ କୋଟି ରୋଜଗାର

ରୋଜଗାରିଆ ପୁଅ ଉଡ଼ାଇଛି ମା’ବାପାଙ୍କ ନିଦ

ସାବଧାନ୍‌, ସବୁବେଳେ ଷ୍ଟକ୍‌ ବଜାର ହସେନି

ନ୍ୟୁୟର୍କ: ମାତ୍ର ମାସକ ଭିତରେ ପୁଅ ୬୪୫ କୋଟି ରୋଜଗାର କରିଥିବାରୁ ମା’ବାପାଙ୍କ ଆଖିରୁ ନିଦ ହଜିଯାଇଛି । ଦାମିକା ପୁଅକୁ କାଳେ କେହି ଅପହରଣ କରି ନେଇଯିବ; ଏଇ ଆଶଙ୍କାରେ ଦିନରାତି ଭାଳି ହେଉଛନ୍ତି ଜନ୍ମଦାତା ।
ଆମେ ଆମେରିକାର ୨୦ ବର୍ଷର ଯୁବକ ଜ୍ୟାକ୍‌ ଫ୍ରିମ୍ୟାନଙ୍କ ଟଙ୍କା ରୋଜଗାର କରିବାର ସୂତ୍ର କହୁଛୁ । ସେ ଏବେ ୟୁନିଭର୍ସିଟି ଅଫ୍‌ ସାଉଥ୍‌ କାଲିଫର୍ଣ୍ଣିଆରେ ମ୍ୟାଥ୍‌ମେଟିକ୍ସ ଆଣ୍ଡ ଇକୋନୋମିକ୍ସ ଛାତ୍ର । ସେ ଗତ ଜୁଲାଇରେ ୪୪୦ ଟଙ୍କା ମୂଲ୍ୟର ପ୍ରାୟ ୫୦ ଲକ୍ଷ ବେଡ୍‌ ବାଥ୍‌ ଆଣ୍ଡ୍‌ ବିୟଣ୍ଡ କମ୍ପାନୀ ଅଂଶପତ୍ର କିଣିଥିଲେ । ମାସକ ପରେ ୪୪୦ ଟଙ୍କାର ଅଂଶପତ୍ରକୁ ୨୧୬୦ ଟଙ୍କାରେ ବିକିଦେଲେ । ଅଂଶପତ୍ର କିଣିବା ପାଇଁ ସାଙ୍ଗସାଥି ଓ ପରିବାରଠାରୁ ଟଙ୍କା ଉଧାର କରିଥିଲେ ।
ଅସଲ କଥା ହେଉଛି; ଉକ୍ତ କମ୍ପାନୀର ୫୨ ବର୍ଷୀୟ ସିଏଫ୍‌ଓ ଗୁସ୍ତାବୋ ଅର୍ନଲ ଏକ ଠକେଇ ମାମଲାରେ ଫସି ମାନସିକ ଚାପରେ ଥିଲେ । ସାଧାରଣ ଲୋକଙ୍କଠାରୁ ପ୍ରାୟ ୯୬ ନିଯୁତ ଟଙ୍କା ଠକି ନେଇଥିବା ଅଭିଯୋଗରେ ମର୍ମାହତ ହୋଇ ସେ ଆତ୍ମହତ୍ୟାକୁ ବାଛି ନେଇଥିଲେ ।

ଗୁସ୍ତାବୋ ଆତ୍ମହତ୍ୟା କରିବାରୁ ତାଙ୍କ କମ୍ପାନୀର ଅଂଶପତ୍ର ମୂଲ୍ୟ କମିବାକୁ ଲାଗିଲା । ବହୁଗୁଣ କମି ମାତ୍ର ୭ ଡଲାର ବା ୫୬୦ ଟଙ୍କା (ଭାରତୀୟ ମୁଦ୍ରା) ହୋଇଗଲା । ପରେପରେ ଉକ୍ତ କମ୍ପାନୀ ବହୁ ବିକ୍ରୟ କେନ୍ଦ୍ର ବନ୍ଦ କରିବା ସହିତ କର୍ମଚାରୀଙ୍କୁ ଛଟେଇ କରିଥିଲା ।

ଜ୍ୟାକ୍‌ ତାଙ୍କ ଦାଦାଙ୍କ ସହିତ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ କମ୍ପାନୀର ଠକେଇ ଓ ସିଏଫ୍‌ଓଙ୍କ ଆତ୍ମହତ୍ୟା ଭିତରେ କୌଣସି ସମ୍ପର୍କ ନାହିଁ । ଜ୍ୟାକ୍‌ ୬ ମାସ ପାଇଁ ଅଂଶପତ୍ର କିଣିଥିଲେ । ମାତ୍ର କମ୍ପାନୀର ଲାଭାଂଶ ବୃଦ୍ଧି ପାଉଥିବାର ଦେଖି ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ ଅଂଶପତ୍ର ବିକିଦେଲି । ମୋର ଉପାର୍ଜନ ଦେଖି ମା’ବାପା ଭାବୁଛନ୍ତି ମତେ କେହି ଅପହରଣ କରିପାରନ୍ତି । ମାତ୍ର ମୁଁ ସେଭଳି କିଛି ଘଟିବ ବୋଲି ଭାବୁନି ।