ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଡେଇ ଥମିବାର ନା ନେଉନାହିଁ । ଏହାରି ମଧ୍ୟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୁରିଲାଣି । ରୁଷ ସୈନିକଙ୍କ ମିସାଇଲ ମାଡରେ ୟୁକ୍ରେନର ବଡ ବଡ ସହର ଛାରଖାର ହେବା ସହ ଅନେକ ଜନସାଧାରଣଙ୍କ ଜୀବନ ଗଲାଣି । ଏହି ଯୁଦ୍ଧରେ ମଧ୍ୟରେ ରୁଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନ ପୁଣି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କଙ୍କୁ ଧମକ ଦେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ରୁଷର ଅଣଅଧିକାରୀକ ଶାନ୍ତି ବାର୍ତ୍ତାକାର ରୋମନ ଅବ୍ରାମୋବିଚ ପୁଟିନଙ୍କୁ ଭେଟିଥିଲେ । ଏହି ସମୟରେ ରୋମନ ପୁଟିନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ହାତଲେଖା ଶାନ୍ତି ପ୍ରସ୍ତାବ ଚିଠି ଦେଇଥିଲେ । ଏହାର ଜବାବରେ ରୁଷ ରାଷ୍ଟ୍ରପତି କହିଥିଲେ ଯେ, ମୁଁ ଜେଲେନସ୍କିଙ୍କୁ ବରବାଦ କରିଦେବି । ଏହି ଚିଠିରେ ଯୁଦ୍ଧ ରୋକିବା ପାଇଁ ନିଜ ସର୍ତ୍ତ ବିଷୟରେ ଜେଲେନସ୍କି ବିସୃତ ଭାବେ ଉପସ୍ଥାପନ କରିଥିଲେ । ସେହିପରି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କ ।