ଗୃହ ପ୍ରବେଶମ ଯୋଜନା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପିଏମ ଆବାସ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ‘ଗୃହ ପ୍ରବେଶମ’ ଯୋଜନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାଦ୍ୱାରା ୫.୨୧ ଲକ୍ଷ ଲୋକଙ୍କୁ ଆବାସ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଯୋଜନାର ଉଦଘାଟନ କରିଛନ୍ତି । ଏହି ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ବୋଧନରେ ବିଜେପିର ଜନ କଲ୍ୟାଣକାରୀ ଯୋଜନା ବିଷୟରେ କହିଥିଲେ ।