ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଚୀନ୍ କୁ ଶିକ୍ଷା ଦେବା ପାଇଁ ଜାତୀୟ କାମଧେନୁ ଆୟୋଗଗାଈ ଗୋବରରୁ ୩୩ କୋଟି ଦୀପ ତିଆରି କରି ବଜାରରେ ବିକିବେ । ସୋମବାର ଆୟୋଗର ଅଧ୍ୟକ୍ଷ ବଲ୍ଲଭ ଭାଇ କାଥିରିଆ ଏନେଇ ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଚାଇନା ନିର୍ମିତ ଦୀପକୁ ପ୍ରତ୍ୟାଖ୍ୟାନ କରି ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ।
ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସହାୟତାରେ ଏହାକୁ ତିଆରି କରିବାର କାର୍ଯ୍ୟ ଆରମ୍ଭ ହୋଇଛି। ଦୀପାବଳୀ ରେ ପ୍ରାୟ ୩୩ କୋଟି ଦୀପ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଦ୍ଵାରା ଗୋଶାଳା ଗୁଡିକୁ ଆର୍ଥିକ ସହାୟତା ମିଳିପାରିବ। ଏହି ଅଭିଯାନରେ ଯୋଗଦେବା ପାଇଁ ୧୫ ରୁ ଅଧିକ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପବିତ୍ର ଅଯୋଧ୍ୟାରେ ପ୍ରାୟ ତିନି ଲକ୍ଷ ଦୀପ ଜଳିବ ଏବଂ ବାରାଣାସୀରେ ଏକ ଲକ୍ଷ ଦୀପ ଜଳିବ। ଏଥର ଗୋବରରେ ଲକ୍ଷ୍ମୀ, ଗଣେଶଙ୍କ ମୁରତିବି ବି ତିଆରି କରାଯିବ ।
ଉଲ୍ଲେଖନୀୟ ବିଷୟ ହେଲା, ଭାରତୀୟ ଗୋରୁ ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ୨୦୧୯ ରେ ଗଠିତ ଆୟୋଗ ଆଗାମୀ ପର୍ବରେ ଗୋବର ଭିତ୍ତିକ ଉତ୍ପାଦର ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗୋଶାଳା ମାନଙ୍କଠାରୁ ମଧ୍ୟ ସହାୟତା ନିଆଯାଉଛି। ଆୟୋଗ ନିଜେ ଗୋବର ଗୋବରରୁ ଉତ୍ପାଦ ପ୍ରସ୍ତୁତ କରୁନାହାଁନ୍ତି, ବରଂ ଲୋକଙ୍କୁ ତାଲିମ ଦେଉଛନ୍ତି ଏବଂ ସେମାନଙ୍କୁ ଏହି କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି। ଏହି କାର୍ଯ୍ୟରେ ଆୟୋଗ ମଧ୍ୟ ସଫଳତା ହାସଲ କରୁଛି।
ଚଳିତ ବର୍ଷ ଭାରତୀୟ ବ୍ୟବସାୟୀମାନେ ଚୀନ୍ ସହ ଲାଗି ରହିଥିବା ସୀମା ବିବାଦ ପରେ ଦୀପାବଳୀ ପାଇଁ ଦୀପର ଅର୍ଡର ବୁକ୍ କରିନାହାଁନ୍ତି । ବ୍ୟବସାୟୀମାନେ ବର୍ତ୍ତମାନ ନିଜେ ଝାଲର୍ ଏବଂ ଫ୍ୟାନ୍ସି ଲାଇଟ୍ ତିଆରି କରୁଛନ୍ତି । ପ୍ରତିବର୍ଷ ଚୀନ୍ କୁ ୧୦ କୋଟିରୁ ଅଧିକ ଟଙ୍କା ଚାଇନାର ଝାଲର୍ ପାଇଁ ଦିଆଯାଉଥିଲା । କିନ୍ତୁ ଚଳିତ ବର୍ଷ କୌଣସି ବି ଜିନିଷ ଚାଇନା ରୁ ବୁକ ହୋଇନି ବୋଲି ଆୟୋଗ କହିଛି ।