ନୂଆଦିଲ୍ଲୀ : ଆସନ୍ତାବର୍ଷ ଆରମ୍ଭ ହେବାକୁ ଥିବା ଲିଡେଣ୍ଡସ ଲିଗ କ୍ରିକେଟ (ଏଲ୍ଏଲସି)ରେ ଭାରତର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ କମିଶନର ରୂପେ ନିଯୁକ୍ତି କରାଯାଇଛି । ଏଲ୍ଏଲ୍ସିର ପ୍ରଥମ ସିଜନ ଆସନ୍ତାବର୍ଷ ଜାନୁୟାରୀରେ ଗଲଫ ଦେଶରେ ଆୟୋଜିତ ହେବାର ଅଛି । ଭାରତୀୟ କ୍ରିକେଟ ଟିମ ସହ କୋଚର କାର୍ଯ୍ୟକାଳ ଶେଷ କରିଥିବା ରବି ଶାସ୍ତ୍ରୀ କହିଛନ୍ତି, କ୍ରିକେଟ୍? ସହ ଯୋଡ଼ି ହୋଇ ରହିବା ବହୁତ ଭଲ ଲାଗେ । ଖାସ୍ କଥା ହେଲା ଖେଳର ସେହି ଲିଜେଣ୍ଡଙ୍କ ସହ ଯିଏ ନିଜର ଚମ୍ପିୟନ ରହିଛନ୍ତି । ସେ କହିଛନ୍ତି, ଏହା ଏକ ସ୍ୱତନ୍ତ୍ର ପ୍ରୟାସ ଏବଂ ଆମେ ଏହାର ଭବିଷ୍ୟତ ବହୁତ ଭଲ ଥିବା ଦେଖି ପାରୁଛୁ । ଲିଗ୍ରେ ଭାରତ , ପାକିସ୍ତାନ , ଶ୍ରୀଲଙ୍କା , ଅଷ୍ର୍ଟ୍ରେଲିଆ, ଇଂଲଣ୍ଡର ପୂର୍ବତନ କ୍ରିକେଟର