ଦିଲ୍ଲୀରେ ନୂଆବର୍ଷ ପାର୍ଟି ମନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆବର୍ଷ ପାର୍ଟିକୁ ବାରଣ କରାଯାଇଛି । ଓମିକ୍ରନ ପାଇଁ ସରକାର ଏହା ଉପରେ କଟକଣା ଲଗାଇଛନ୍ତି । ଦିଲ୍ଲୀ ସରକାର ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଥୋରିଟିକୁ କରୋନା ସଂକ୍ରମଣକୁ ରୋକିବାକୁ ଏହି ଦାୟିତ୍ୱ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସେମାନଙ୍କ ଅଧୀନରେ ଥିବା ଅଞ୍ଚଳଗୁଡିକର ଯାଞ୍ଚ କଡାକଡି କରିବେ । ଯମିତି ଅଧିକ ଭିଡ ନ ହେବ ସେ ଦାୟିତ୍ୱ ଜିଲ୍ଲା ମାଜିଷ୍ଟ୍ରେଟଙ୍କର ।

ସର୍ବସାଧାରଣ ସ୍ଥାନରେ କୋଭିଡ୍‌ ଗାଇଡଲାଇନ କିପରି ପାଳନ କରିବେ ସେ ଉପରେ ତର୍ଜମା କରି ଆବଶ୍ୟକ ଫୋର୍ସ ମୁତୟନ କରିବେ । ସେମାନେ କଟକଣା ପାଳନ ପାଇଁ ଲୋକଙ୍କୁ ସତର୍କ କରାଇବେ । ଓମିକ୍ରନ ପାଇଁ ଦିଲ୍ଲୀରେ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି । ସେହିପରି ବାର ଓ ରେଷ୍ଟୁରାଣ୍ଟଗୁଡିକ ୫୦% ଲୋକଙ୍କୁ ନେଇ ସେବା ଯୋଗାଇ ପାରିବେ । ଅନ୍ୟପକ୍ଷରେ ନୂଆବର୍ଷ ଦିନ ଦିଲ୍ଲୀରେ କୌଣସି ପ୍ରକାରର ପାର୍ଟି ଆୟୋଜନ ହେବନି । ସୂଚନାଯୋଗ୍ୟ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।