ମହାଠକଙ୍କ ଗୁମର ଖୋଲିବେ ନୋରା

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାର ମୁଖ୍ୟ ଅଭିଯୁକ୍ତ ମହାଠକ ଶୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ପ୍ରବର୍ତ୍ତନ ର୍ନିେଶାଳୟର ସାକ୍ଷୀ ହେବେ ବୋଲି ଜଣାପଡିଛି । ସୁକେଶ ଚନ୍ଦ୍ରଶେଖର ସହ ସମ୍ପୃକ୍ତ ଥିବା ଅଭିନେତ୍ରୀ ନୋରା ଫତେହୀ ଏବଂ ଜାକ୍‌ଲିନ ଫର୍ଣ୍ଣାଣ୍ଡିଜଜ ଇଡି ନଜରରେ ଅଛନ୍ତି । ମହାଠକ ଅଭିନେତ୍ରୀ ନୋରା ଫତେହୀଙ୍କୁ ଗୋଟାଏ ବିଏମ୍‌ଡବ୍ଲ୍ୟୁ କାର୍‌ ସହ ଦାମୀ ବ୍ୟାଗ୍‌ ଓ ଆଇଫୋନ ଦେଇଛନ୍ତି । ଏକ ବିବୃତିରେ ନୋରା କହିଥିଲେ ଯେ, କୌଣସି ଆର୍ଥିକ କାରବାରରେ ସେ ଜଡିତ ନୁହନ୍ତି ।