ପ୍ରଳୟ ରଚିବ ‘ପ୍ରଳୟ’

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ଅବଦୁଲ କଲାମ ଦୀପରୁ ପ୍ରଳୟର ପରୀକ୍ଷଣ ସଫଳ ହୋଇଛି । ଖବର ଅନୁଯାୟୀ ଏହି ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ । ଏହା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରିବ ପ୍ରଳୟ ।

ପ୍ରାୟ ୩୫୦ରୁ ୫ ଶହ କିମି ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି । ସେହିପରି ୫ ଶହରୁ ହଜାରେ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରି ପାରିବ ସକ୍ଷମ ପ୍ରଳୟ । ତେବେ ଏହି ପ୍ରଳୟ ମିସାଇଲକୁ ଡିଆରଡିଓ ପ୍ରସ୍ତୁତ କରିଛି । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍‌ ଯୋଗେ ଡିଆରଡିଓକୁ ଏହି ଶୁଭେଚ୍ଛା ଜଣାଇଛନ୍ତି ।