ପୁଣି ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ପୁଣି ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଏହା ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬ଟା ୧୧ ମିନିଟରେ ହୋଇଥିବା ଜଣାପଡିଛି ।

ଭୂମିକମ୍ପ ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପଠାରୁ ୯୦୦ କିଲୋମିଟର ଉତ୍ତର-ପୂର୍ବ କେମିଡୀକ୍ ଦ୍ୱୀପର ୧୦ କିଲୋମିଟର ଗଭୀରତାରେ କେନ୍ଦ୍ରୀଭୂତ ହୋଇଛି । ଏଥିରେ ଧନ ଜୀବନ ହାନୀର ଆକଳନ କରାଯାଉଥିଲେ ବି ଏନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ । ମାର୍ଚ୍ଚ ମାସରେ ନ୍ୟୁଜଲାଣ୍ଡରେ ପ୍ରଥମ ଭୂମିକମ୍ପ ହୋଇଥିଲା ।