ରାଜଧାନୀରେ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ

ଦିଲ୍ଲୀ,(ଏସ୍ ନ୍ୟୁଜ): ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରାଜଧାନୀରେ କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର।

ଆସନ୍ତା ଏପ୍ରିଲ ୩୦ ଯାଏଁ ରାତି ୧୦ରୁ ସକାଳ ୫ଟାର ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସେହିପରି ଏହି ସମୟରେ ଅତ୍ୟନ୍ତ ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ଏବେ ଦିଲ୍ଲୀରେ କରୋନାର ଚତୁର୍ଥ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି।