ଦିନକରେ ୯୬,୯୮୨ ସଂକ୍ରମିତ ଚିହ୍ନଟ, ୪୪୬ ମୃତ

ନୂଆଦିଲ୍ଲୀ,(ଏସ୍ ନ୍ୟୁଜ): ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତ ୨୪ ଘଣ୍ଟାରେ ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ୪୪୬ ସଂକ୍ରମିତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୪୯କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ଜଣ ସୁସ୍ଥ ହୋଇଥିବାବେଳେ ୭ ଲକ୍ଷ ୮୮ ହଜାର ୨୨୩ ସକ୍ରିୟ ରୋଗୀ ରହିଛନ୍ତି।

ଅନ୍ୟପଟେ ଦେଶରେ କରୋନା ଟିକାକରଣ ମଧ୍ୟ ଦ୍ରୁତଗତିରେ ଚାଲିଛି। ସୋମବାର ସୁଦ୍ଧା ଦେଶରେ ୪୩ ଲକ୍ଷ ୯୬୬ କରୋନା ଟିକା ପ୍ରଦାନ କରାଯାଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୮ କୋଟି ୩୧ ଲକ୍ଷ ୧୦ ହଜାର ୯୨୬ ଜଣଙ୍କୁ ଟିକା ଦିଆଯାଇଛି।