ନୂଆଦିଲ୍ଲୀ : ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଇତିହାସ ରଚିଛନ୍ତି । ନୀରଜ ଫାଇନାଲ ମୁକାବିଲାରେ ୮୮.୧୩ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଆଥଲେଟ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଦ୍ୱିତୀୟ ଭାରତୀୟ ଖେଳାଳି । ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରଠୁ ନୀରଜ ଚୋପ୍ରାଙ୍କ ଉପରେ ପୁରସ୍କାର ବର୍ଷା ହୋଇ ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, ୨୦୨୨ରେ ନୀରଜଙ୍କ ମୋଟ ସଂପତ୍ତିର ମୂଲ୍ୟ ୪ ମିଲିୟନ ଡଲାର ଅର୍ଥାତ ୩୧.୯୩ କୋଟି ଟଙ୍କା ହୋଇ ସାରିଛି । ଆଗାମୀ ଦିନରେ ତାଙ୍କ ସଂପତ୍ତିର ମୂଲ୍ୟ ଆହୁରି ବଢିବ । କାରଣ ନୀରଜ ଲଗାତାର ଦେଶ ପାଇଁ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି । ଗତ ବର୍ଷ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରଠୁ ନୀରଜ ବିଜ୍ଞାପନ ଦୁନିଆରେ ଏକ ତାରକା ଭାବେ ଆର୍ବିଭାବ ହୋଇଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁରେ ଶତ ପ୍ରତିଶତ ବୃଦ୍ଧି ଘଟିଛି । ନୀରଜ ବିଜ୍ଞାପନ ଜରିଆରେ ଖୁବ ଆୟ କରୁଛନ୍ତି