ଠେଙ୍ଗାମାଡ଼ରେ ଭାଙ୍ଗିଲା ନୀତୀଶ କୁମାରଙ୍କ ଗାଡ଼ିକାଚ

ଆହୁରି ତିନି ଚାରୋଟି ଗାଡ଼ିର କାଚ ଭାଙ୍ଗିଯାଇଛି…..

ପାଟନା: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବିଜେପିର ରାଗ କାହିଁରେ କ’ଣ? ରବିବାର ସନ୍ଧ୍ୟା ସମୟରେ ନୀତୀଶ କୁମାରଙ୍କ କାର ପଟୁଆରକୁ ଢେଲାପଥର ଓ ଠେଙ୍ଗା ମାଡ଼ କରି ସ୍ୱାଗତ କରିଛନ୍ତି କ୍ରୋଧାନ୍ଧ ବିଜେପି କର୍ମୀଗଣ । ବିହାରରେ ବିଜେପି ଗେମ୍‌ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚତୁରତାର ସହିତ କଂଗ୍ରେସ ଓ ଆରଜେଡି ଗୋଠକୁ ଆଦରି ମହାଗଠବନ୍ଧନ ସରକାର ଗଠନ କଲେ ।

ନୀତୀଶଙ୍କ ଗୋଟିରେ ଧରାଶାୟୀ ବିଜେପି ଏବେ ଗଳିକନ୍ଦିରେ ଲୁଚିରହି ମହାଗଠବନ୍ଧନ ସରକାରକୁ ଅପଦସ୍ତ କରିବାକୁ ବସିଛି । ବିଜେପି କର୍ମୀଙ୍କ ଢେଲା ଓ ଠେଙ୍ଗାମାଡ଼ରେ ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ଆହୁରି ତିନି ଚାରୋଟି ଗାଡ଼ିର କାଚ ଭାଙ୍ଗିଯାଇଛି । ସୌଭାଗ୍ୟର କଥା; ବିଜେପି କର୍ମୀଙ୍କ ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ କାର ପଟୁଆରରେ ଯାଇ ନଥିଲେ ।

କଥା କ’ଣ କି, ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଗସ୍ତ କରିବାର ଅଛି । ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର ପଟୁଆର ଟ୍ରାଏଲ୍‌ରେ ଯାଇଥିଲା । ହେଲେ ବିଜେପି କର୍ମୀମାନେ କାର ପଟୁଆରକୁ ଦେଖି ମୁଖ୍ୟମନ୍ତ୍ରୀ ବସିଥିବା ଭାବି ବଡ଼ ଧରଣର କାଣ୍ଡ କଲେ ।