ଆଗ୍ରା: ବହୁଚର୍ଚ୍ଚିତ ହାଥ୍ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । କାରଣ ତଦନ୍ତ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ(ସିବିଆଇ) ଜିଲ୍ଲା ହସ୍ପିଟାଲ୍ରେ ପହଞ୍ଚିଥିଲା। ସିସିଟିଭି ଫୁଟେଜର ଯାଞ୍ଚ ପାଇଁ ମାଗିଥିଲା । ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ହେଲେଦୁର୍ଭାଗ୍ୟକୁ ସିବିଆଇ ଟିମକୁ ତାହା ମିଳିନଥିଲା ।
ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେଦିନ ଫୁଟେଜ୍ର ବ୍ୟାକ୍ଅପ୍ ସିବିଆଇଙ୍କୁ ମିଳିପାରି ନାହିଁ। ଏ ନେଇ ଡାକ୍ତରଖାନାର ମୁଖ୍ୟ ସୁପରିଟେଣ୍ଡେଣ୍ଟ୍ ଇନ୍ଦ୍ରବୀର ସିଂ କହିଛନ୍ତି, ‘ଜିଲ୍ଲା ପ୍ରଶାସନ ଓ ପୁଲିସ୍ ସେତେବେଳେ ଫୁଟେଜ ମାଗିନଥିଲେ। ବର୍ତ୍ତମାନ ଏକ ମାସ ପରେ ଆମେ ଏହାକୁ ଦେଇ ପାରିବୁ ନାହିଁ। ଆଗରୁ କହିଥିଲେ ଆମେ ଏହାକୁ ସୁରକ୍ଷିତ ଭାବେ ରଖିଥାନ୍ତୁ। ପ୍ରତ୍ୟେକ ୭ ଦିନରେ ପୁରୁଣା ଫୁଟେଜ୍ ଡିଲିଟ୍ ହୋଇଯାଏ। ଫୁଟେଜ୍ କଥା ପୂର୍ବରୁ କହିଥିଲେ ଆମେ ତାହାକୁ ଡିଲିଟ୍ ହେବା ପୂର୍ବରୁ ସେଭ୍ କରି ରଖିଥାନ୍ତୁ।’ ତେଣୁ ଆମେ ଏହାର ବ୍ୟାକ୍ଅପ୍ ଦେବାକୁ ଅସମର୍ଥ ।
ଜଣେ ପୁଲିସ୍ ଅଧିକାରୀ କହିବି ଅନୁଯାୟୀ , ସିବିଆଇ ଟିମ୍ ଡାକ୍ତରମାନଙ୍କ ବୟାନ ରେକର୍ଡ କରିବା ସହ କିଛି ପ୍ରମାଣ ହାତେଇବାକୁ ହସ୍ପିଟାଲ୍ରେ ପହଞ୍ଚିଥିଲା। ପ୍ରଥମ ଦିନର ଫୁଟେଜ୍ ଅତ୍ୟନ୍ତ ଆବଶ୍ୟକୀୟ ହୋଇଥିବା ବେଳେ ଏହା ଏବେ ଆଉ ମିଳିପାରିବ ନାହିଁ । ତେବେ ସିବିଆଇ ହାତରେ ସିସିଟିଭି ଫୁଟେଜ୍ ଲାଗିଥିଲେ ପୀଡ଼ିତା କେତେବେଳେ ଡାକ୍ତରଖାନାକୁ ଆସିଥିଲେ, କେତେବେଳେ ଯାଇଥିଲେ, ସେ ଡାକ୍ତରଖାନାରେ ଥିବା ବେଳେ କେଉଁମାନେ ତାଙ୍କ ସହ ଉପସ୍ଥିତ ଥିଲେ ଓ କିଏ ସବୁ ତାଙ୍କୁ ଭେଟିବାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇଯାଇଥାଆନ୍ତା। ଆଉ ଘଟଣାର ପ୍ରକୃତ ସତ୍ୟାସତ ପାଖରେ ସିବିଆଇ ପହଁଚିପାରିଥାନ୍ତା । କିନ୍ତୁ ଫୁଟେଜ ଦେଳେଟିକୁ ନେଇ ସେହି ଆଶା ଏବେ ମଉଳିଯାଇଛି ।