ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ରୁଷ ମଧ୍ୟ ୟୁକ୍ରେନ ଉପରେ ଲଗାତର ଜୋରଦାର ଆକ୍ରମଣ କରିଚାଲିଛି । ରୁଷର ଏହି ଆକ୍ରମଣରେ ୟୁକ୍ରେନରେ ଥିବା ବଡ ବଡ ସହର ମଧ୍ୟ ଧ୍ୱଂସ ପାଇଲାଣି । ସେହିପରି ୟୁକ୍ରେନରୁ ଅନେକ ଜନସାଧାରଣ ଦେଶ ଛାଡି ପଡୋଶୀ ଦେଶରେ ଶରଣ ନେଉଛନ୍ତି । ଅନ୍ୟପକ୍ଷରେ ରୁଷର ଏହି ଆକ୍ରମଣକୁ ଅନେକ ଦେଶ ମଧ୍ୟ କଟକଣା ଲଗାଇବା ସହ ସମାଲୋଚନା କରୁଛନ୍ତି ।
ସେହିପରି ନିଜ ଦେଶରେ ମଧ୍ୟ ଏହି ଯୁଦ୍ଧକୁ ଘୋର ବିରୋଧ କରାଯିବା ସହ ରୁଷିୟ ନାଗରିକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ରୁଷର ଏକ ଟେଲିଭିଜନ ଚ୍ୟାନେଲର ସମୂହ କର୍ମଚାରୀ ନୋ ଟୁ ୱାର ସନ୍ଦେଶ ଦେଇ ସିଧା ପ୍ରସାରଣରେ ଇସ୍ତଫା ଦେଇଛନ୍ତି ।
ଏକ ରିପୋର୍ଟ ଅନୁଯାୟୀ ରୁଷି ଅଧିକାରୀ ୟୁକ୍ରେନ ଯୁଦ୍ଧର କଭରେଜ୍ ପାଇଁ ‘ଟିଭି ରେନ’ ଉପରେ କଟକଣା ଲଗାଇଛି । ଏହା ପରେ ଚ୍ୟାନେଲ ନିଜର ଶେଷ ସିଧା ପ୍ରସାରଣରେ ନୋ ଟୁ ୱାରର ସନ୍ଦେଶ ଦେବା ସହ ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି ।