ଭାରତୀୟ ନୌସେନାର ସଫଳ କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ ନୌସେନା ପକ୍ଷରୁ ଏକ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏ ନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଦୂରଗାମୀ ଲକ୍ଷଭେଦ କରି ଶତ୍ରୁ ପକ୍ଷକୁ ଆକ୍ରମଣ କରିପାରିବ ବୋଲି କୁହାଯାଇଛି । ଭାରତୀୟ ନୌସେନାର ଏହା ଉନ୍ନତ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଏହି କ୍ଷେପଣାସ୍ତ୍ର ଲକ୍ଷଭେଦ କରି ଶତ୍ରୁ ପକ୍ଷର କମ୍ବାଟକୁ ମଧ୍ୟ ନଷ୍ଠ କରିିବାର ସାମର୍ଥ୍ୟ ରହିଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ନୌସେନା ପକ୍ଷରୁ ଲଗାତର ଭାବେ ବ୍ରହ୍ମୋସ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି । ପୂର୍ବରୁ ମଧ୍ୟ ଗତ ନଭେମ୍ବର ୨୦୨୦ରେ ଏକ ବ୍ରହ୍ମୋସ ସୁପର ସୁନିକ କ୍ରୁଜ ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଉଭୟ ଜଳ-ସ୍ଥଳ ପଥରୁ ନିକ୍ଷେପ କରାଯାଇ ପାରିବ । ସେହିପରି ଗତ ଡିସେମ୍ବର ମାସରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଉଏକ ସୁପରସୁନିକ ଫାଇଟର ଏୟାର କ୍ରାଫ୍ଟ ସୁଖୋଇ ୩୦ଏମକେ-୧ରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଥିଲା ।