ଦମଦାର ଆକ୍ସନରେ ଧମାଲ କରିବ ‘ଟାଇଗର-୩’

ମୁମ୍ୱାଇ : ବଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଓ ଅଭିନେତା କ୍ୟାଟ୍ରିନା କୈଫଙ୍କ ଚଳଚ୍ଚିତ୍ର ‘ଟାଇଗର-୩’ ରିଲିଜ ତାରିଖ ଘୋଷଣା ହୋଇଛି । ଦମଦାର ଆକ୍ସନରେ ଭରପୂର ଦର୍ଶକ ଦେଖିବେ । ଏହା ଆସନ୍ତା ବର୍ଷ ଇଦ ଅବସରରେ ଅର୍ଥାତ୍‌ ୨୦୨୩ ଏପ୍ରିଲ ୨୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବ । ମନୀଷ ଶର୍ମା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଆଦିତ୍ୟ ଚୋପ୍ରା ଏହାର ପ୍ରଯୋଜନା କରିଛନ୍ତି ।

ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଥିବା ଏହି ସିନେମାରେ ସଲମାନ-କ୍ୟାଟ ଦମଦାର ଆକ୍ସନ ଦେଖିବାକୁ ମିଳିବ । ସେହିପରି ଏହାର ଟିଜର ମଧ୍ୟ ଦେଖି ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସଲମାଲ ଖାନଓ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସମୀଙ୍କ ଦମଦାର ଆକ୍ସନ ସିନ ରହିଛି ।