ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି । ଦିଲ୍ଲୀରୁ ମୁମ୍ବାଇ ମଧ୍ୟରେ ଏୟାର ଇଣ୍ଡିଆ ଟିକେଟ ୨୫୦୦ରେ ମିଳୁଥିବା ବେଳେ ଏବେ ୪ହଜାର ହୋଇଯାଇଛି । ଏହି ଟିକେଟ ଇଣ୍ଡିଗୋରେ ୬ହଜାର ଟଙ୍କାରେ ମିଳିବ । ଟିକେଟ ମହଙ୍ଗା ହେବାର କାରଣ ଏଟିଏଫ ୨୬ ପ୍ରତିଶତ ହୋଇଯାଇଛି । ସେହିପରି ୨୦୨୨ ପ୍ରାରମ୍ଭରୁ ହିଁ ପ୍ରତି ୧୫ ଦିନରେ ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ବଢୁଛି । ୫ମ ଥର ପାଇଁ ଏଟିଏଫ ୩.୩୦ ବଢିବା ଯୋଗୁ ଚଳିତ ବର୍ଷ ଏଟିଏଫ ୨୬ ପ୍ରତିଶତ ବଢିଛି ।