କେରଳରେ ଚିନ୍ତା ବଢାଉଛି ନୋରୋ ଭାଇରସ

ୱାୟନାଡ଼: କେରଳର ୱାୟନାଡ଼ରେ ନୋରୋ ଭାଇରସ ଚିନ୍ତା ବଢାଉଛି । ଏହି ଭୂତାଣୁ ନିଜର କାୟା ବିସ୍ତାର କରିଛି । ୧୩ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ନୋରୋ ଭାଇରସ ପ୍ରତି ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ଏହି ଭୂତାଣୁ ଯୋଗୁ ଲୋକଙ୍କ ପେଟ ଯନ୍ତ୍ରଣା ହେବା ସହ ଜଳାପୋଡ଼ା ହୋଇଥାଏ । ଏପରି ପ୍ରବଳ ବାନ୍ତି ଓ ଡାଇରିଆ ହେବାର ଆଶଙ୍କା ରହିବା ସହ ତଳିପେଟ ଯନ୍ତ୍ରଣା, ଜର, ମୁଣ୍ଡବ୍ୟଥା, ଶରୀର ପୀଡ଼ା ଅନୁଭୂତ ହୋଇଥାଏ । ସଂକ୍ରମିତ ରୋଗୀଙ୍କ ସହ ସମ୍ପର୍କରେ ଆସିଲେ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥାଏ । ସଂକ୍ରମିତ ରୋଗୀମାନ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି ।