ଭୂମିକମ୍ପରେ ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ : ମଙ୍ଗଳବାର ବିଳମ୍ବିତ ରାତିରେ ଭୂମିକମ୍ପରେ ଉତ୍ତର ଭାରତ ଥରି ଉଠିଥିଲା । ଏହି ଭୂକମ୍ପରେ ଆଫଗାନୀସ୍ତାନ ଏବଂ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାକିସ୍ତାନରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଭମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୬ ଥିଲା । ଉତ୍ତରଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରାତିରେ ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂକମ୍ପର କେନ୍ଦ୍ର ଆଫଗାନୀସ୍ତାନର ଜୁର୍ମ ନିକଟରେ ୪୦ କିଲୋମିଟର ଦୂରରେ ବୋଲି କୁହାଯାଉଛି ।