ଜାପାନ ସାଗରରେ ଉତ୍ତର କୋରିଆର ପୁଣି ମିସାଇଲ୍‌ ପରୀକ୍ଷଣ

ନୂଆଦିଲ୍ଲୀ : ଜାପାନ ସାଗରରେ ଉତ୍ତର କୋରିଆ ପୁଣିଥରେ ଏକ ଅଜଣା ମିସାଇଲ ପରୀକ୍ଷଣ କରିଛନ୍ତି କିମ୍‌ ଜଙ୍ଗ୍‌ । ପୂର୍ବରୁ ଜାନୁଆରୀରେ ବାଲିଷ୍ଟିକ୍‌ ମିସାଇଲ ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ ଓ ଆମେରିକାର ଗୁଇନ୍ଦା ଅଧିକାରୀ ଏହି ପରୀକ୍ଷଣ ଉପରେ ବିଶ୍ଲେଷଣ କରିଛନ୍ତି । ପୂର୍ବରୁ ମଧ୍ୟ କିମ୍‌ ଜଙ୍ଗ୍‌ ଅନେକ ମିସାଇଲ ପରୀକ୍ଷଣ କରିଥିଲେ । ସେହିପରି ଗତ ମାସରେ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଥିଲା ଉତ୍ତର କୋରିଆ ।

ଅନ୍ୟପକ୍ଷରେ ଉତ୍ତର କୋରିଆର ଶକ୍ତି ବୃଦ୍ଧି ମଧ୍ୟରେ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁଏନକୁ ଅନୁରୋଧ କରିଥିଲା । ସେହିପରି ବାରମ୍ବାର ମିସାଇଲ ପରୀକ୍ଷଣ କରି ଉତ୍ତର କୋରିଆ ଆମେରିକାକୁ ଚେତାବନୀ ଦେଉଛି ।