ଅନୁଷ୍କାଙ୍କ ୪୦୦ କୋଟିର ଡିଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନେଟଫ୍ଲିକ୍ସ-ଆମାଜନ ଓଟିଟି ପ୍ଲାଟଫର୍ମ ସହିତ ୪୦୫ କୋଟି ଟଙ୍କାର ଡିଲ କରିଛି । ଏହି ଦୁଇ ଓଟିଟି ପ୍ଲାଟଫର୍ମ ଏଣ୍ଟରଟେନମେଣ୍ଟ ବଜାରରେ ନିଜର ସ୍ଥାନ ବଜାୟ ରଖିବା ଏବଂ ଫିଲ୍ମ ଓ ୱେବ ସିରିଜର ନୂଆ କଣ୍ଟେଟ୍‌ ପ୍ରସ୍ତୁତ ପାଇଁ ଏହି ଡିଲ କରିଛି ।

ରିପୋର୍ଟ ଅନୁଯାୟୀ ଆଗାମୀ ୧୮ ମାସରେ ଆମାଜନ-ନେଟଫ୍ଲିକ୍ସ ପ୍ଲାଟଫର୍ମରେ ୮ ୱେବ୍‌ ସିରିଜ୍‌-ଫିଲ୍ମ ରିଲିଜ୍‌ ହେବ । ନେଟଫ୍ଲିକ୍ସ ଗତ ମାସରେ ନିଜର ସବସ୍କ୍ରିପସନର ମୂଲ୍ୟ ୬୦ ପ୍ରତିଶତ ହ୍ରାସ କରିଥିଲା । ଏହା ପରେ ମଧ୍ୟ ଭାରତୀୟ ବଜାରରେ ନିଜର ସ୍ଥିତି ସେତେଟା ଦୃଢ କରି ପାରିନାହିଁ ।