ସଡକ ଦୁର୍ଘଟଣାରେ ୨ମୃତ

ଅନୁଗୁଳ : ଅନୁଗୁଳ ମୂଷାପାପୁଲି ନିକଟରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ଅନୁଗୁଳ ଜାତୀୟ ରାଜପଥ ମୂଷାପାପୁଲି ନିକଟରେ ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଭୟ ମୃତକଙ୍କ ବିଦ୍ୟୁତ ବିଭାଗର କର୍ମଚାରୀ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାବେଳେ ଅନୁଗୁଳ ସଦର ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ହ୍ରାସ ପାଇଥିଲା ।