କୋଇଲା ଖଣିରେ ଅଘଟଣ: ୪ ମୃତ୍ୟୁ

କୋଲକାତା : ପଶ୍ଚିମବଙ୍ଗରେ ଥିବା ଖୋଲା କାଷ୍ଟ କୋଇଲା ଖଣିର ଏକ ଅଂଶ ଭୁଶୁଡ଼ିବାରୁ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇଁ ଘଟଣାସ୍ଥାଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ ପରିବାର ଲୋକେ ଖଣି ନିକଟରେ ଥିବା ଏକ ଗାଁରେ ରହୁଥିଲେ । ତେବେ ମୃତକଙ୍କ ସମ୍ପର୍କୀୟ କହିଛନ୍ତି ସେମାନେ ରୋଜଗାର ପାଇଁ କୋଇଲା ବାହାର କରିବା ପାଇଁ ଖଣି ଭିତରକୁ ଯାଇଥିବାବେଳେ ହଠାତ୍‌ ଖଣି ଭୁଶୁଡ଼ି ପଡ଼ିବାରୁ ସେମାନେ ପୋତି ହୋଇଥିଲେ ।