ତୁର୍କୀ ନୁହେଁ, ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ

not turkish this time it will be called turkiye

ତୁର୍କୀ : ତୁର୍କୀ ନୁହେଁ ଏଥର ତୁର୍କିଏ ନାମରେ ଜଣାଯିବ ତୁର୍କୀ । ଜାତିସଂଘରେ ଦେଶର ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲା ତୁର୍କୀ । ତୁର୍କୀ ସରକାରଙ୍କ ଏହି ଆବେଦନକୁ ଗ୍ରହଣ କରିନେଇଛି ଜାତିସଂଘ । ସୂଚନାଯୋଗ୍ୟ ଯେ, ଏହାକୁ ନେଇ ଡିସେମ୍ବର ୨ ତାରିଖରୁ ୨୦୨୧ରୁ ଅଭିଯାନ ଆରମ୍ଭ କରାଯାଇଥିଲା ।

ଦେଶର ବ୍ରାଣ୍ଡ ଭାଲ୍ୟୁ ବଢ଼ାଇବା ପାଇଁ ତୁର୍କୀ ସରକାର ନାମ ବଦଳାଇଛନ୍ତି । ତୁର୍କିଏର ବୈଦେଶିକ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗାମୀ ଦିନରେ ତୁର୍କୀ ତୁର୍କିଏ ନାମରେ ପରିଚିତ ହେବ । ଦେଶରେ ଏହା ରପବ୍ଲିକ ଅଫ ତୁର୍କିଏ ନାମ ଜଣାଯିବ । ଏହାକୁ ନେଇ ଜାତି ସଂଘର ଜଣେ ମୁଖପାତ୍ର କହିଛନ୍ତି ଯେ ଯେକୌଣସି ଦେଶ ନିଜ ନାମ ପରିବର୍ତ୍ତନ କରିବାକୁ ସ୍ୱାଧୀନ ।