ମାହିଙ୍କୁ ପଛରେ ପକାଇଲେ ସଞ୍ଜୁ ସାମସନ୍‌

ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ଫେଲ ..

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ରେ ନୂଆ ଚାମ୍ପିଅନ ହୋଇଛି ଗୁଜୁରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସକୁ ମାତ ଦେଇଥିଲା । ତେବେ ଗତ ଆଇପିଏଲରେ ବଡ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା । ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ଫେଲ ହୋଇଥିଲେ ।

ସେହିପରି ଶ୍ରେୟସ ଆୟାର, କେଏଲ ରାହୁଲ ଓ ରିଷଭ ପନ୍ତ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ଦମଦାର ପ୍ରଦର୍ଶନ କରିଥିଲେ । ସିଜିନରେ ସଞ୍ଜୁ ସାମସନ ଧୋନୀ ଓ ପନ୍ତଙ୍କ ଭଳି ନେତୃତ୍ୱ ଭାର ମଧ୍ୟ ସମ୍ଭାଳୁଥିଲେ । ତେବେ ସଞ୍ଜୁ ୱିକେଟକିପର ଓ ଅଧିନାୟକ ଭାବେ ଧୋନୀ ଓ ପନ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।

ସେ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ଶିକାର କରିଥିବା ୱିକେଟ୍‌ କିପର ହୋଇଛନ୍ତି । ସେ ୧୪ଟି କ୍ୟାଚ୍‌ ଧରିବା ସହ ୨ଟି ଷ୍ଟମ୍ପଆଉଟ କରିଥିଲେ । ଧୋନୀ ଓ ପନ୍ତ ତାଙ୍କଠୁ ଏହି ମାମଲାରେ ଖୁବ ଦୂରରେ ଅଛନ୍ତି ।