ଆସନ୍ତା ୧୪ରେ ପୁଣି ହାଜର ପାଇଁ ଜ୍ୟାକଲିନଙ୍କୁ ନୋଟିସ
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର….
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର ପାଇଁ ନୋଟିସ ଜାରି କରିଛି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନିଲଣ୍ଡରିଂ କାରବାରେ ଏହି ସମନ ହୋଇଛି । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ବିଭିନ୍ନ ଲୋକଙ୍କୁ କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି । ଜ୍ୟାକଲିନ ବିରୋଧରେ ହୋଇଥିବା ଚାର୍ଜସିଟ ଅନୁଯାୟୀ ଅଭିନେତ୍ରୀ ଜ୍ୟାକଲିନଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେବା ସହ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ । ଏତଦବ୍ୟତୀତ ସୁକେଶ ମୁମ୍ବାଇର ଜୁହୁରେ ଜ୍ୟାକଲିନଙ୍କ ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା କିଣିବା ପାଇଁ ପ୍ଲାନ କରିଥିଲେ । ଏହାଛଡା ସୁକେଶ, ଜ୍ୟାକଲିନଙ୍କ ବାପାମା’ଙ୍କୁ ବହରିନରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଗିଫ୍ଟ କରିଥିଲେ । ଏମିତିକି ଜ୍ୟାକଲିନଙ୍କୁ ପ୍ରଭାବିତ କରିବା ପାଇଁ ସୁକେଶ ୫୦୦ କୋଟି ଟଙ୍କା ବ୍ୟୟରେ ଧାରାବାହିକ ଫିଲ୍ମ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।