ଡାଳ ଖାଇ ୩ ଦିନ ଛେଳି ଅଟକ

ଖଲ୍ଲିକୋଟ: ଡାଳ ଖାଇଲା ବୋଲି ୩ ଦିନ ବନ କର୍ମଚାରୀଙ୍କ ଅଫିସରେ ଛେଳି ଅଟକ ଅଛି । ଏଭଳି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଚରୁଥିବା ବେଳେ ଡାଳ ଖାଇଲା ବୋଲି ଛେଳିକୁ ନେଇଯାଇଛନ୍ତି ବନ କର୍ମଚାରୀ । ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ । କିନ୍ତୁ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଗଛର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ନିଜ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ । ଛେଳିଟିକୁ ଛାଡିବା ପାଇଁ ବନ କର୍ମଚାରୀଙ୍କୁ ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିବା ଅଭିଯୋଗ ହୋଇଛି । ୩ ଦିନ ହେଲା ଛେଳିଟିକୁ ବନ କର୍ମଚାରୀ ଖଲ୍ଲିକୋଟ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମର୍ଟମ ରୁମରେ ବନ୍ଦୀ କରି ରଖିଛନ୍ତି । କାଠ ମାଫିଆଙ୍କୁ ଧରିବାରେ ବନ ବିଭାଗ ସଫଳ ହୋଇପାରିନି କିନ୍ତୁ କିନ୍ତୁ ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ବନ୍ଦୀ କରି ରଖିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।