ଅଜଣା ରୋଗରେ ମୃତ୍ୟୁର କାରଣ ମଦ୍ୟପାନ : ସିଡିଏମଓ

ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲିବ୍ଳକ ହଳଦୀକୁଣ୍ଡ ଅଞ୍ଚଳରେ ଅଜଣା ରୋଗରେ ଲୋକେ ମୃତ୍ୟୁ ବରଣ କରୁଥିବା ପଛରେ ରହିଛି ମଦ ଏବଂ ମୃତକଙ୍କର ଗମ୍ଭୀର କିଡନୀ ସମସ୍ୟା ଥିଲା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ଅତ୍ୟଧିକ ଦେଶୀ ମଦ ପିଇ ୪ଜଣ ପ୍ରାଣ ହରାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ସିଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ । ଗତକାଲି ସ୍ୱାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଦଳ ମାଥିଲି ହଳଦିକୁଣ୍ଡ ଅଂଚଳ ଗସ୍ତ କରି ଗ୍ରାମବାସୀଙ୍କ ରକ୍ତ, ଖାଦ୍ୟ ଓ ପାଣିର ନମୁନା ଯାଞ୍ଚ଼ କରିଥିଲା । ସେହିପରି ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ ସଂପୃକ୍ତ ଅଞ୍ଚ଼ଳକୁ ଯାଇ ମଦ ନମୁନା ସଂଗ୍ରହ କରିଥିଲେ । ୮ ଦିନ ହେଲାଣି ଅଜଣା ରୋଗ ଆତଙ୍କ ସୃ୍‌?ଷ୍ଟି କରିଥିବା ବେଳେ ଏଥିରେ ୧୨ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।