ଏବେ କରୋନା ସଂକ୍ରମଣ କଲେ, ସିଧା ହାର୍ଟ ଫେଲ୍‌

ନୂଆଦିଲ୍ଲୀ: ୨୦୨୦ରେ ସାରା ଦୁନିଆକୁ ଦଖଲ କଲା କରୋନା । ବାସ୍‌ ତା’ ପରଠାରୁ ସାରା ଦୁନିଆର ଜୀବନଧାରା ସଂପୂର୍ଣ୍ଣ ବଦଳିଗଲା । ସାରା ଦୁନିଆରେ ଖେଳାଇ ହୋଇ ରହିଥିବା ଛୋଟବଡ଼ ଦେଶଗୁଡ଼ିକ ଗୋଟିଏ ଛାତ ତଳେ ଏକଜୁଟ ହୋଇ କରୋନାକୁ ମୁକାବିଲା କଲେ ।

ମୂଳ କରୋନା ଇତିମଧ୍ୟରେ ନାନା ଅବତାର ଧାରଣ କରିଛି । ମୂଳ କରୋନା ତୁଳନାରେ ତା’ର ଅବତାରଗୁଡ଼ିକ ସେତେଟା ମାରାତ୍ମକ ନଥିଲା । କିନ୍ତୁ ଏବେ ସ୍ୱାସ୍ଥ୍ୟ ଗବେଷକମାନେ ସମସ୍ତଙ୍କୁ ଚମକାଇ ଦେବା ଭଳି ସୂଚନା ପ୍ରଘଟ କରୁଛନ୍ତି । ୨୦୨୪ ମସିହାରେ କରୋନାର ନୂତନ ଅବତାର ରୋଗୀଙ୍କ ହୃତପିଣ୍ଡକୁ ଅଚଳ କରିଦେବାର ତାକତ୍‌ ରଖିଛି ।

ତେଣୁ ଲୋକମାନେ ଆଗୁଆ ସତର୍କ ରହିବା ଜରୁରୀ ହୋଇପଡ଼ିଛି । କରୋନାରୁ ବଂଚି ଯାଇଥିବା ଲୋକମାନଙ୍କ ହୃତପିଣ୍ଡ ଏବେ ସୁଦ୍ଧା ଠିକ ଭାବେ କାମ କରୁ ନଥିବା ତଥ୍ୟ ସାମ୍ନାକୁ ଆସିଛି । ଦ୍ୱିତୀୟ ବାର ସେମାନଙ୍କୁ କରୋନା ସଂକ୍ରମଣ କଲେ ହୃଦଘାତ ସୁନିଶ୍ଚିତ ।