ଧରା ପଡ଼ିଗଲା ଡାକ୍ତର ଦୁର୍ଗାଦତଙ୍କ ଜାଲିଆତି

ଭୁବନେଶ୍ୱର: ଜାଲ ଜାତିଗତ ସାର୍ଟିଫିକେଟ୍‌ ବଳରେ ଅନୁସୂଚୀତ ଜନଜାତି ବାଟ ଦେଇ ଡାକ୍ତରୀ ପାଠ ପଢ଼ିଲେ । ସଂରକ୍ଷିତ ବାଟ ଦେଇ ସରକାରୀ ସ୍ତରରେ ନିଯୁକ୍ତି ପାଇଗଲେ । ବେଶ କିଛିବର୍ଷ ଧରି ଚାକିରି କରିବା ପରେ କେଜାଣି କେମିତି ଧରା ପଡ଼ିଗଲେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗ ଡାକ୍ତର ଦୁର୍ଗାଦତ ଶାସନି । ୨୦୧୭ ମସିହାରୁ ସେ ଏମକେସିଜି ମେଡିକାଲ କଲେଜରେ କାମ କରୁଥିଲେ । ପ୍ରାୟ ୫ ବର୍ଷ ଧରି ଚାକିରି କଲାପରେ ଭାଗ୍ୟଦେବୀ ତାଙ୍କ ଜାଲ କାରସାଦିକୁ ଧରା ପକାଇଦେଲେ ।

ଡାକ୍ତର ଦୁର୍ଗାଦତଙ୍କୁ ଧରା ପକାଇଛନ୍ତି ତାଙ୍କ ସାନଭାଇ ଅମ୍ବିକା ଶାସନୀ । ଦୁର୍ଗାଦତ ବ୍ରାହ୍ମଣ ବର୍ଣ୍ଣର ହୋଇଥିବା ବେଳେ କନ୍ଧ ଜନଜାତିର ଦର୍ଶାଇ ତାଙ୍କ ଟାଇଟଲ ‘ଜାନୀ’କୁ ବଦଳାଇ ଦେଇଥିଲେ ।