ନୂଆବର୍ଷରୁ ହାଇକୋର୍ଟରେ ପେପରଲେସ୍‌ ସିଷ୍ଟମ୍‌

କଟକ: ୨୦୨୪ ଜାନୁଆରୀ ପହିଲାରୁ ହାଇକୋର୍ଟରେ ଯାବତୀୟ କାମ ପେପରଲେସ କରାଯିବ ବୋଲି ଶୁଣିବାକୁ ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ ଜାମିନ ଆବେଦନ ପ୍ରକ୍ରିୟାକୁ ପେପରଲେସ କରାଯିବ । ତା’ପରେ ଧିରେଧିରେ ତାହା ଅନ୍ୟ ବିଭାଗକୁ ଦଖଲ କରିବ ।

ସିଆରପିସି ଧାରା ୪୩୮ ଓ ୪୩୯ ଆଧାରରେ ଜାମିନ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଷ୍ଟାମ୍ପ ରିପୋର୍ଟିଙ୍ଗ, ଜାମିନ ବିଭାଗ, ଲିଷ୍ଟ ବିଭାଗ ମଧ୍ୟରେ ତାଳମେଳ ରହିବା ଜରୁରୀ । ଅଦାଲତକୁ ପେପରଲେସ କରିବା ଉଦ୍ଦେଶ୍ୟରେ ହାଇକୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ପୂର୍ବ ବ୍ୟବସ୍ଥାରେ ଆବେଦନ ପଞ୍ଜୀକରଣ ପରେ ନମ୍ବର ମିଳିଯାଉଥିଲା । ନୂତନ ପଦ୍ଧତିରେ ମାମଲାକୁ ଯାଂଚ ପରେ ପଞ୍ଜିକରଣ କରାଯିବ ଓ ତା’ପରେ ନମ୍ବର ମିଳିବ । ଆବେଦନରେ ତ୍ରୁଟି ସଂପର୍କୀତ ସୂଚନା ୱେବସାଇଟ୍‌ରେ ବିଜ୍ଞପ୍ତି ଆକାରରେ ସୂଚନା ଦିଆଯିବ ।