ନୂଆଦିଲ୍ଲୀ: ଅଫଲାଇନ ପରୀକ୍ଷାକୁ ବାତିଲ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସିବିଏସଇ, ଆଇସିଏସଇ ଓ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅଫଲାଇନ ପରୀକ୍ଷା ବିରୋଧରେ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏଭଳି ଆବେଦନ ନିରାଶାବାଦ ସୃଷ୍ଟି କରିବା ସହ ସୁବଠି ଦ୍ୱନ୍ଦ୍ୱ ପରିସ୍ଥିତି ଉପୁଜାଇବ । ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ମନରେ ନିରାଶାବାଦ ସୃଷ୍ଟି କରିବା ସହ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇବ ବୋଲି ଜଷ୍ଟିସ ଏଏମ ଖାନ୍ୱିଲକର କହିଛନ୍ତି । ପିଲାମାନଙ୍କୁ ସେମାନଙ୍କ କାମ କରିବାକୁ ଦିଆଯାଉ ।
ସେହିପରି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେମାନଙ୍କ କାମ କରିବାକୁ ଦିଆଯାଉ ବୋଲି କୋର୍ଟ କହିଛନ୍ତି । ସେହିପରି କରୋନା ଭୟ ଏବେ କମିନାହିଁ । ତେଣୁ ପିଲାଙ୍କ ପାଠପଢାର ମୂଲ୍ୟାୟନ କରିବା ପାଇଁ ଅନ୍ୟ ଉପାୟ ବାହାର କରିବାର ଆବଶ୍ୟକତା ରହିଛି।