ଚଉଠି ପରଦିନ ନବଜାତ ଜନ୍ମ

ସୋମବାର ଦିନ ଜଣେ ବ୍ୟକ୍ତି ବିବାହ କଲେ । ଚଉଠି ଦିନ ନବବଧୂ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଶଶୁର ଘରଲୋକ ତାଙ୍କର ଡାକ୍ତରୀ ପରୀକ୍ଷା କଲେ । ନବବଧୂ ସାତମାସର ଗର୍ଭବତୀ ବୋଲି ଡାକ୍ତର କହିବାରୁ ଶଶୁର ଘର ଲୋକଙ୍କର ହୋସ୍‌ ଉଡିଗଲା । ପାଦତଳୁ ମାଟି ଖସିଗଲା । ଖାଲି ସେତିକି ନୁହେଁ, ପରଦିନ ନବବଧୂ ୭ ମାସର ପିଲାଟିକୁ ଜନ୍ମ ଦେଇଛନ୍ତି ।

ସୂଚନା ମୁତାବକ ଗ୍ରେଟର ନୋଏଡ଼ା ଅଂବଳର ଦନକୌର ନିବାସୀ ଶିବରାମ ସିକନ୍ଦରାବାଦର ଜଣେ ଯୁବତୀଙ୍କୁ ବିବାହ କରିି ଘରକୁ ଫେରିଲେ । ଚଉଠି ଦିନ ନବବଧୂଙ୍କ ପେଟ ଫୁଲିଥିବାର ଦେଖି ଶିବରାମ କାରଣ ଜାଣିବାକୁ ଚାହିଁଲେ।

ମାତ୍ର ନବବଧୂ ଜଣକ କିଛି କହିଲେନି । ପତିପତ୍ନୀ କିଛି ସମୟ ପାଖାପାଖି ବସି କଥା ହେଉଥିଲା ବେଳେ ପତ୍ନୀଙ୍କ ତଳିପେଟରେ ଯନ୍ତ୍ରଣା ହୋଇଥିଲା । ପିଲାଟିକୁ ଜନ୍ମ ଦେବା ପରେ ଶଶୁର ଘରଲୋକେ ନବବଧୂଙ୍କୁ ଘରେ ରଖିବାକୁ ସଫା ସଫା ମନା କରି ଦେଇଛନ୍ତି । ଇତିମଧ୍ୟରେ ନବବଧୂଙ୍କ ବାପଘର ଲୋକେ ଗ୍ରେଟର ନୋଏଡାରେ ପହଂଚିଛନ୍ତି । ମାମଲା ଏବେ ଥାନାରେ ।