ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ ଜୁଏଲ୍‌

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟରୁ କିଛି କାଢୁଆ ମନ୍ତ୍ରୀଙ୍କୁ ବିଦା କରିବେ, କିଛି ସାଂସଦଙ୍କୁ ମନ୍ତ୍ରୀପଦରେ ବସାଇବେ । ଜୁଲାଇ ୩ ତାରିଖରେ ଏ ସଂପର୍କରେ ନିଷ୍ପତି ନିଆଯିବ ।

ବୁଧବାର ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ନେତାମାନେ ମତାମତ ପ୍ରଦାନ କରିଥିଲେ । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ବିଜେପିକୁ ଆଖିଦୃଶିଆ ସଫଳତା ମିଳି ନଥିବାରୁ ନଡ୍ଡାଙ୍କୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଚାପ ପକାଇଛନ୍ତି ।

କ୍ୟାବିନେଟର କିଛି ମନ୍ତ୍ରୀଙ୍କୁ ଦଳୀୟ ଦାୟିତ୍ୱ ଦେବାକୁ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର କୌଣସି ସାଂସଦଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି । ମୌସୁମୀ ଅଧିବେଶନ ପୂର୍ବରୁ କ୍ୟାବିନେଟ ନବୀକରଣ କରାଯିବ । ଜୁଲାଇ ୧୭ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବ ।