ପାକିସ୍ତାନରେ ଡେଲ୍ଟା ଭାରିଆଣ୍ଟ, ହସ୍ପିଟାଲରେ ମିଳୁନି ବେଡ

କରାଚୀ : ପାକିସ୍ତାନରେ କରୋନାର ଡେଲ୍ଟା ଭାରିଆଣ୍ଟ ଅଧିକ ସଂକ୍ରମଣ ହେଉଛି । ଲୋକେ ଅଧିକ ସଂକ୍ରମିତ ହେଉଥିବା ବେଳେ ଗୁରୁତର ଅସୁସ୍ଥଙ୍କ ଲାଗି ଏବେ ହସ୍ପିଟାଲରେ ବେଡ ସମସ୍ୟା ଉପୁଜିଲାଣି । ଏଣୁ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଜାରି ନିମନ୍ତେ ଡାକ୍ତର ସଙ୍ଗଠନମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସିନ୍ଧୁ ହସ୍ପିଟାଲ କରାଚୀରେ ରୋଗୀଙ୍କ ସଂଖ୍ୟା ବଢୁଥିବା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଡା. ଅବଦୁଲ ବାରୀ କହିଛନ୍ତି । ନୂଆ ଭୂତାଣୁ ପ୍ରକାର ତୀବ୍ର ସଂକ୍ରମଣ କରୁଥିବା ବେଳେ ଲୋକେ ବହୁତ ଶୀଘ୍ର ସଂକ୍ରମଣର ଶିକାର ହେଉଥିବା ଡା. ବାରୀ କହିଛନ୍ତି । ଫଳରେ ଗୁରୁତର ହୋଇପଡୁଥିବା ରୋଗୀ ହସ୍ପିଟାଲ ମୁହାଁ ହେବା ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି । ସିନ୍ଧ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସିନେଟର ମୁର୍ତାଜା ବହାବ କରାଚୀରେ କୋଭିଡ ପରିସ୍ଥିତି ଗୁରୁତର ହୋଇପଡିଥିବା କହିଛନ୍ତି । ଏଠାରେ ଅଚାନକ ସଂକ୍ରମଣ ବଢିବା ଚିନ୍ତାଜନକ ବୋଲି କହିଛନ୍ତି । କରାଚୀରେ ସଂକ୍ରମଣ ହ୍ରାସ ଯୋଗୁ ଲୋକେ କୋଭିଡ ଏସଓପି ପାଳନ ନ କରିବା ଏଭଳି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି ବୋଲି ମୁର୍ତାଜା କହିଛନ୍ତି ।