ପୁଲଓ୍ଵାମା ଆକ୍ରମଣରେ ଇମ୍ରାନ ଖାନଙ୍କ ହାତ : ପାକିସ୍ତାନ ମନ୍ତ୍ରୀଙ୍କ ବୟାନ

ଇସଲାମାବାଦ : ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ସମସ୍ତଙ୍କୁ ଜଣା। ଖାସ କରି ଜାମ୍ମୁ-କାଶ୍ମୀର ପାଇଁ ପାକିସ୍ତାନର ଚିନ୍ତାଧାରା ହୀନ ଅଟେ । ମାତ୍ର ପାକିସ୍ତାନର ମନ୍ତ୍ରୀ ହିଁ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି ।

ପାକିସ୍ତାନର ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସଂସଦରେ ବୟାନ ଦେଇ କହିଛନ୍ତି, ପୁଲଓ୍ଵାମା ଆକ୍ରମଣ ଇମ୍ରାନ ଖାନଙ୍କ ନେତୃତ୍ଵରେ ବଡ ସଫଳତା। ଫଓ୍ଵାଦ ଚୌଧୁରୀଙ୍କ ଏହି ବୟାନ ପାକିସ୍ତାନର ମୁସ୍କିଲ ଆହୁରି ବଢ଼ାଇଦେଇପାରେ । ସୂଚନା ଅନୁସାରେ , ଗୋଟିଏ ଦିନ ପୂର୍ବେ ପାକିସ୍ତାନର ସାଂସଦ ଫଓ୍ଵାଦ ଚୌଧୁରୀ ସଂସଦରେ ବୟାନ ଦେଇ କହିଥିଲେ ଯେ, ଅଭିନନ୍ଦନ ବର୍ଦ୍ଧମାନ ଯେଉଁ ସମୟରେ ପାକିସ୍ତାନରେ ଥିଲେ, ସେହି ସମୟରେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ।