ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା

ପୁରୀ : କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା । ଆଉ ଦୁଇଦିନ ମଧ୍ୟରେ ଆରମ୍ଭ ହେବ କାର୍ତ୍ତିକ ମାସ । ବିଶେଷ କରି ଏହି ମାସରେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ । କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ହବିଷ୍ୟାଳୀଙ୍କୁ ପୁରୀ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।