ସଙ୍କଟରେ ପାକିସ୍ତାନ: ଦର ବୃଦ୍ଧି ଲାଗି କର୍ମଚାରୀଙ୍କ କାର୍ଯ୍ୟଦିବସ କମିବ!

ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟ ଦିବସ କମ କରିବାକୁ ଯୋଜନା….

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଚିନ୍ତା ବଢିବାରେ ଲାଗିଛି । ପେଟ୍ରୋଲଡିଜେଲର ଦର ବୃଦ୍ଧି ସମସ୍ୟା ଆହୁରି ବଢାଇ ଦେଇଛି । ଏବେ ଏହି ସଙ୍କଟ ସହ ଲଢିବା ପାଇଁ ପାକିସ୍ତାନ ସରକାର ଭିନ୍ନ ଚେଷ୍ଟା ଜାରି ଆରମ୍ଭ କରିଛି । ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟ ଦିବସ କମ କରିବାକୁ ଯୋଜନା କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ସରକାର କାର୍ଯ୍ୟ ଦିବସ କମ କରିବାର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତ । ସରକାରଙ୍କ ଅନୁସାରେ ଏହି ଯୋଜନା ଦ୍ୱାରା ଇନ୍ଧନ ବଞ୍ଚିବା ସହ ବୈଦେଶିକ ମୁଦ୍ରାର ବ୍ୟବହାର ମଧ୍ୟ ହ୍ରାସ ପାଇବ ।

ଗୋଟିଏ ପଟେ ଯେଉଁଠି ପାକିସ୍ତାନରେ ତେଲର ବ୍ୟବହାର ବୃଦ୍ଧି ପାଉଛି, ଅନ୍ୟପଟେ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢୁଛି । ସେହିପରି ପାକ୍‌ ସରକାରଙ୍କ ଅନୁସାରେ କାର୍ଯ୍ୟ ଦିବସ କମ କରି ପେଟ୍ରୋଲ-ଡିଜେଲ ବଞ୍ଚାଇବାର ଯୋଜନା ଦ୍ୱାରା ବାର୍ଷିକ୨.୭ ଅରବ ଡଲାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ । ଷ୍ଟେଟ୍‌ ବ୍ୟାଙ୍କ ଅଫ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହା ଫଳରେ ଅଫିସ୍‌ରେ ଏବେ କେବଳ ୪ଦିନ କାମ କରିବା ଏବଂ ୩ ଦିନ ଛୁଟି ଦେବାକୁ କୁହାଯାଇଛି ।