ପଦ୍ମ ଧରିଲେ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପୂର୍ବତନ କର୍ଣ୍ଣେଲ ଅଜୟ କୋଠିୟାଲ ମେ’ ୧୮ରେ ବିଜେପିରୁ ଇସ୍ତଫା ଦେଇଥିଲେ…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିୟାଲ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାନୀ ଓ ପ୍ରଦେଶ ବିଜେପି ଅଧ୍ୟକ୍ଷ ମଦନ କୌଶିକ ଉପସ୍ଥିତ ଥିଲେ । ପୂର୍ବତନ କର୍ଣ୍ଣେଲ ଅଜୟ କୋଠିୟାଲ ମେ’ ୧୮ରେ ବିଜେପିରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅଜୟ କୋଠିୟାଲ ଇସ୍ତଫା ପତ୍ରରେ ଲେଖିଥିଲେ ଯେ ମୁଁ ୨୦୨୧ ଏପ୍ରିଲ ୧୯ରୁ ୨୦୨୨ ମେ’ ୧୮ ପର୍ଯ୍ୟନ୍ତ ଆମ ଆଦମି ପାର୍ଟିର ସଦସ୍ୟ ଥିଲି । ପୂର୍ବ ସୈନିକ, ଅର୍ଦ୍ଧସୈନିକ ବଳର ପୂର୍ବ କର୍ମୀ, ବୃଦ୍ଧ, ମହିଳା, ଯୁବକ ଓ ବୁଦ୍ଧଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ମୋ ଇସ୍ତଫା ପତ୍ର ଆପଣଙ୍କୁ ପଠାଉଛି ।