ଧାୱନଙ୍କୁ ସୁଯୋଗ ନମିଳିବାରୁ କ୍ଷପ୍ପା ହେଲେ ରାଇନା

ଧାୱନଙ୍କୁ ଦଳରେ ସାମିଲ କରା ନଯିବା ପ୍ରସଙ୍ଗରେ ଅସନ୍ତୋଷ…

ମୁମ୍ବାଇ: ଭାରତୀୟ ଦଳର ଓପନିଂ ବ୍ୟାନ୍ସମ୍ୟାନ ଶିଖର ଧାୱନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିନାହିଁ । ଯାହା ଧାୱନଙ୍କ ବଦଳରେ ଇଶାନ କିଷାନ ଦଳରେ ସାମିଲ କରାଯାଇଛି । ଧାୱନ ଚଳିତବର୍ଷ ଆଇପିଏଲରେ ଭଲ ଫର୍ମରେ ଥାଇ ମଧ୍ୟ ତାଙ୍କୁ ସାମିଲ କରାଯାଇନାହିଁ । ଧାୱନଙ୍କୁ ଦଳରେ ସାମିଲ କରା ନଯିବା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଯେ, ଦିନେଶ କାର୍ତ୍ତିକ ଦଳରେ ସ୍ଥାନ ପାଇପାରିବେ କିନ୍ତୁ ଧାୱନ ଦମଦାର ଫର୍ମରେ ଥାଇ ମଧ୍ୟ ସ୍ଥାନ ପାଇବେ ନାହିଁ । ସେହିପରି ରାଇନା ଆହୁରି କହିଥିଲେ ଯେ, ଧାୱନ ଆଗକୁ ୩/୪ ବର୍ଷ କ୍ରିକେଟ ଖେଳିପାରିବେ । ରାଇନା ଆହୁରି କହିଛନ୍ତି ଯେ, ଧାୱନ ନିଶ୍ଚୟ ନିରାଶ ହୋଇଥିବେ ।