୩୦ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଲା ପାକ୍ By Shaksi News On Feb 20, 2022 0 ଗାନ୍ଧୀନଗର : ଗତକାଲି(ଶନିବାର) ପାକିସ୍ତାନ ଗୁଜୁରାଟର ସମୁଦ୍ରରୁ ପୁଣି ପାଞ୍ଚ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ। ୫ ଭାରତୀୟ ଡଙ୍ଗାରୁ ପ୍ରାୟ ୩୦ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଛି। ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 ଗତ ୨୫ ଦିନ ମଧ୍ୟରେ ୨୦ଟି ଡଙ୍ଗା ସହ ୧୨୦ରୁ ଅଧିକ ମତ୍ସ୍ୟଜୀବୀକୁ ଅପହରଣ କରିଛି ପାକିସ୍ତାନ। ପୋରବନ୍ଦର, ୱାନକବାରା, ଓଖା ବନ୍ଦର, ମାଙ୍ଗରୋଲରୁ ୨ଟି ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରିନେଇଛି ପାକିସ୍ତାନ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦ୍ବାରା ଅପହରଣ କରାଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଡଙ୍ଗା ମଧ୍ୟରୁ ଅଧିକାଂଶ ଡଙ୍ଗା ପୋରବନ୍ଦର ଓ ଓଖା ବନ୍ଦରରୁ ଅପହରଣ କରାଯାଇଛି । ଏତେ ସଂଖ୍ୟକ ମତ୍ସ୍ୟଜୀବୀ ଡଙ୍ଗାକୁ ଅପହରଣ କରାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । Continue Reading breaking newsfisherman kidnaphaksinewskidnapshaksinews 0 Share