ସୋନୁ ସୁଦ ଅଟକ, କାର୍ ଜବତ

ଚଣ୍ଡିଗଡ: ଆଜି ପଞ୍ଜାବ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭିନ୍ନ ଭିନ୍ନ ମତଦାନ କେନ୍ଦ୍ରକୁ ଯାଇ ଲୋକଙ୍କୁ ଭେଟୁଥିଲେ ବଲିଉଡ ଅଭିନେତା ସୋନୁ ସୁଦ ଅଟକ। ଏହି କାରଣ ପାଇଁ ଅକାଳି ଦଳର ଅଭିଯୋଗ ପରେ ତାଙ୍କୁ ଅଟକ ରଖିଛି ନିର୍ବାଚନ ଆୟୋଗ । ପୋଲିଂ ବୁଥକୁ ଯିବା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି। ତେବେ ମୋଗାର ମତଦନା କେନ୍ଦ୍ରକୁ ଯିବା ପୂର୍ବରୁ ହିଁ ତାଙ୍କୁ ଅଟକ ରଖାଯାଇଛି।

ସୋନୁ ସୁଦଙ୍କ ବିରୋଧରେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ ରହିଛି। ନିର୍ବାଚନ ଆୟୋଗ ତାଙ୍କ କାର୍‌କୁ ମଧ୍ୟ ଜବତ କରିବା ସହ ଅନ୍ୟ ଏକ ଗାଡିରେ ତାଙ୍କୁ ଘରକୁ ପଠାଇ ଦେଇଛନ୍ତି। ସୋନୁଙ୍କୁ ଏବେ ଘରେ ହିଁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକାଳି ଦଳର ପୋଲିଂ ଏଜେଣ୍ଟ ଦିଦାର ସିଂହ ନିର୍ବାଚନ କମିଶନଙ୍କ ନିକଟରେ ସୋନୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ଟିମ୍‌ ସୋନୁ ସୁଦଙ୍କ ପିଛା  କରିଥିଲେ। ଅଭିଯୋଗ ସତ ପ୍ରମାଣିତ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।