ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ: ଏଟିଏମରେ ଟଙ୍କା ଓ ପେଟ୍ରୋଲ ପମ୍ପରେ ତେଲ ନାହିଁ

Pakistan on Sri Lanka road: ATMs have no money and no petrol pumps..

ଇସଲାମବାଦ: ପାକିସ୍ତାନରେ ଏବେ ଶ୍ରୀଲଙ୍କା ସଙ୍କଟ । ପେଟ୍ରୋଲ ପମ୍ପରେ ତୈଳ ମିଳୁନଥିବା ବେଳେ ଏଟିଏମରୁ ଆଉ ଟଙ୍କା ବାହାରୁନି । ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାର ଏତେ ହ୍ରାସ ହୋଇଛି ଯେ ପେଟ୍ରୋଲ, ଡିଜେଲ ଓ ଅନ୍ୟ ଅତ୍ୟାବସକୀୟ ସାମଗ୍ରୀ ଆମଦାନୀ ଲାଗି ମାତ୍ର ୨ ମାସର ଅର୍ଥ ସଞ୍ଚିତ ଅଛି । ଏତକ ସରିଗଲେ ପାକିସ୍ତାନ ମଧ୍ୟ ଶ୍ରୀଲଙ୍କା ଭଳି ରାଜରାସ୍ତାକୁ ଚାଲି ନ ଆସିବ ତାହା କହି ହେଉନାହିଁ ।

ଗୁରୁତର ଆର୍ଥିକ ସଂକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଥରକେ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା ମହଙ୍ଗା କରିଦେଇଛନ୍ତି । ଫଳରେ ପାକିସ୍ତାନ ପେଟ୍ରୋଲ ପମ୍ପମାନଙ୍କରେ ଆଉ ପେଟ୍ରୋଲ ଡିଜେଲ ମିଳୁ ନାହିଁ । ଡଲାର ତୁଳନାରେ ପାକିସ୍ତାନି ରୁପିର ମୂଲ୍ୟ ୨୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୮୦ ଟଙ୍କା ହୋଇଯାଇଛି ।

ସରକାରଙ୍କ ଭୁଲ ରାଜନୈତିକ ନିଷ୍ପତ୍ତିର ପରିଣାମ ଏବେ ସାଧାରଣ ଜନତାଙ୍କୁ ଭୋଗିବାକୁ ପଡୁଛି । ପାକିସ୍ତାନର ନୂଆ ସରକାର ସଂକଟ ସମାଧାନ ଲାଗି ପୂର୍ଣ୍ଣମାତ୍ରା ଉଦ୍ୟମ ଜାରି ରଖିଛନ୍ତି । ହେଲେ ପାକିସ୍ତାନ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ଖସି ଖସି ଚାଲିବା ସହ ୧ ଡଲାର ୨୦୦ ପାକିସ୍ତାନୀ ମୁଦ୍ରାକୁ ପହଞ୍ଚିବା ପରିସ୍ଥିତିକୁ ଉଦବେଗଜନକ କରିଛି । ଏଣୁ ସରକାର ଉଦ୍ୟମ ଜାରି ରଖିଥିଲେ ବି ଏହାର ଫଳାଫଳ ଦେଶରେ ଦେଖା ଯାଉ ନାହିଁ ।