ଅସହାୟ ଛାତ୍ରଛାତ୍ରୀଙ୍କୁ ସହାୟତା କରିବେ ପ୍ରଧାନମନ୍ତ୍ରୀ

The Prime Minister will help the needy students

ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର ଯୋଜନାରେ ଲାଭାଶଂ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । କୋରୋନା ମହାମାରୀରେ ପିତାମାତାଙ୍କୁ ଅକାଳରେ ହରାଇ ଅସହାୟ ହୋଇ ପଡିଥିବା ଛାତ୍ରାଛାତ୍ରୀଙ୍କୁ ଛାତ୍ରବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।

ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଶିଶୁଙ୍କୁ ପାସବୁକ ମଧ୍ୟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନା ଅଧୀନରେ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ୨୩ ବର୍ଷ ବୟସ ହେବା ଯାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର ।

ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ, ଡାକ ବିଭାଗ, ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନେଇ ବ୍ୟବସ୍ଥା କରାଯାଇଛି । ଯୋଜନା ଅଧୀନରେ ଲାଭ ପାଇବାକୁ ଥବା ଛାତ୍ରଛାତ୍ରୀଙ୍କ ଖାତାରେ ୧୦ ଲକ୍ଷର ସହାୟତା ରାଶି ପର୍ଯ୍ୟାୟକ୍ରମେ ଜମା କରିବେ କେନ୍ଦ୍ର ସରକାର ।