ଚିନ୍ତା ବଢାଉଛି ମଙ୍କିପକ୍ସ: ୨୯ଦେଶରୁ ୨୦୦ ସଂକ୍ରମିତ

Monkeypox news

ନୂଆଦିଲ୍ଲୀ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ଏହି ନୂଆ ଭାଇରସ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇପାରେ ବୋଲି ଡବ୍ଲୁଏଚଓ ଆଶଙ୍କା କରିଛ । ଯଦି ଭୂତାଣୁକୁ ନିୟନ୍ତ୍ରଣ ନକରାଯାଏ ତେବେ ଏହା ଗୋଷ୍ଠୀ ସଂକ୍ରମଣର ରୁପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ରୋଗ ନିୟନ୍ତ୍ରଣ ମୁଖ୍ୟ ସିଲଭି ବ୍ରେଣ୍ଡ କହିଛନ୍ତି ଯେ ଏବେଠୁ ଭୂତାଣର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଜରୁରୀ ।

ଆବଶ୍ୟକ ପଡିଲେ ଟ୍ରେସିଂ, ଗୃହ ସଂଗରୋଧ ଭଳି ପଦକ୍ଷେପ ମଧ୍ୟ ନିଆଯିବା ଆବଶ୍ୟକ । ଉଚିତ ପଦକ୍ଷେପ ଓ ଯଥେଷ୍ଟ ସର୍ତକତା ଅବଲମ୍ବନ କରି ଏହି ଭାଇରସକୁ ରୋକି ହେବ । ଅନ୍ୟପକ୍ଷରେ ଭାରତରେ ଏପର୍ଯ୍ୟନ୍ତ ମଙ୍କିପସ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ବି ଏହି ନୂଆ ଭାଇରସ ବିରୋଧୀ ଲଢେଇ ପାଇଁ ସରକାର ଅଂଟା ଭିଡିଛନ୍ତି । ମଙ୍କିପକ୍ସ ଭାଇରସକୁ ଚିହ୍ନଟ କରିବା ପାଇଁ ଖୁବ ଶିଘ୍ର ଭାରତୀୟ ବଜାରକୁ ଆସିବ ଆରଟିପିସିଆର ଟେଷ୍ଟ କିଟ ।